ପ୍ରଥମ ବଂଶାବଳୀ 3 : 1 (ORV)
ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋଣରେ ଜାତ ହୋଇଥିଲେ; ଜ୍ୟେଷ୍ଠ ପୁତ୍ର ଅମ୍ନୋନ୍, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ; ଦ୍ଵିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗଲଠାରୁ ଜାତ;
ପ୍ରଥମ ବଂଶାବଳୀ 3 : 2 (ORV)
ତୃତୀୟ ଅବଶାଲୋମ୍, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର; ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର;
ପ୍ରଥମ ବଂଶାବଳୀ 3 : 3 (ORV)
ପଞ୍ଚମ ଶଫଟୀୟ, ସେ ଅବିଟଲଠାରୁ ଜାତ; ଷଷ୍ଠ ଯିତ୍ରୀୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାଠାରୁ ଜାତ ।
ପ୍ରଥମ ବଂଶାବଳୀ 3 : 4 (ORV)
ହିବ୍ରୋଣରେ ଦାଉଦଙ୍କର ଛଅ ପୁତ୍ର ଜାତ ହେଲେ ଓ ସେଠାରେ ସେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ପୁଣି ସେ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ ।
ପ୍ରଥମ ବଂଶାବଳୀ 3 : 5 (ORV)
ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ ଓ ଶୋବବ୍ ଓ ନାଥନ୍ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍ଶୂୟାଠାରୁ ଜାତ;
ପ୍ରଥମ ବଂଶାବଳୀ 3 : 6 (ORV)
ଆହୁରି ଯିଭର ଓ ଇଲୀଶାମା ଓ ଇଲୀଫେଲଟ୍;
ପ୍ରଥମ ବଂଶାବଳୀ 3 : 7 (ORV)
ନୋଗହ ଓ ନେଫଗ୍ ଓ ଯାଫୀୟ;
ପ୍ରଥମ ବଂଶାବଳୀ 3 : 8 (ORV)
ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ୍, ଏହି ନଅ ଜଣ ।
ପ୍ରଥମ ବଂଶାବଳୀ 3 : 9 (ORV)
ଏସମସ୍ତେ ଦାଉଦଙ୍କର ପୁତ୍ର; ଏମାନେ ଉପପନିୀଗଣର ସନ୍ତାନମାନଙ୍କଠାରୁ ଭିନ୍ନ; ଆଉ ତାମର ଏମାନଙ୍କର ଭଗିନୀ ଥିଲା ।
ପ୍ରଥମ ବଂଶାବଳୀ 3 : 10 (ORV)
ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମ୍, ତାଙ୍କର ପୁତ୍ର ଅବୀୟ, ତାହାର ପୁତ୍ର ଆସା, ତାହାର ପୁତ୍ର ଯିହୋଶାଫଟ;
ପ୍ରଥମ ବଂଶାବଳୀ 3 : 11 (ORV)
ତାହାର ପୁତ୍ର ଯୋରାମ୍, ତାହାର ପୁତ୍ର ଅହସୀୟ, ତାହାର ପୁତ୍ର ଯୋୟାଶ୍;
ପ୍ରଥମ ବଂଶାବଳୀ 3 : 12 (ORV)
ତାହାର ପୁତ୍ର ଅମତ୍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ୍;
ପ୍ରଥମ ବଂଶାବଳୀ 3 : 13 (ORV)
ତାହାର ପୁତ୍ର ଆହସ୍, ତାହାର ପୁତ୍ର ହିଜକୀୟ, ତାହାର ପୁତ୍ର ମନଃଶି;
ପ୍ରଥମ ବଂଶାବଳୀ 3 : 14 (ORV)
ତାହାର ପୁତ୍ର ଅମୋନ୍, ତାହାର ପୁତ୍ର ଯୋଶୀୟ ।
ପ୍ରଥମ ବଂଶାବଳୀ 3 : 15 (ORV)
ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍, ଦ୍ଵିତୀୟ ଯିହୋୟାକୀମ୍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍ ।
ପ୍ରଥମ ବଂଶାବଳୀ 3 : 16 (ORV)
ପୁଣି ଯିହୋୟାକୀମ୍ର ସନ୍ତାନଗଣନ୍ତତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ ।
ପ୍ରଥମ ବଂଶାବଳୀ 3 : 17 (ORV)
ବନ୍ଦୀ ଯିକନୀୟର ସନ୍ତାନଗଣ;
ପ୍ରଥମ ବଂଶାବଳୀ 3 : 18 (ORV)
ତାହାର ପୁତ୍ର ଶଲ୍ଟୀୟେଲ ଓ ମଲ୍‍କୀରାମ୍ ଓ ପଦାୟ ଓ ଶିନତ୍ସର, ଯିକମୀୟ, ହୋଶାମା ଓ ନଦବୀୟ ।
ପ୍ରଥମ ବଂଶାବଳୀ 3 : 19 (ORV)
ପଦାୟର ପୁତ୍ର ସରୁବ୍ବାବିଲ୍ ଓ ଶିମୀୟି; ପୁଣି ସରୁବ୍ବାବିଲର ସନ୍ତାନ ମଶୁଲ୍ଲମ୍ ଓ ହନାନୀୟ ଓ ଶଲୋମୀତ୍ ସେମାନଙ୍କର ଭଗିନୀ ଥିଲା ।
ପ୍ରଥମ ବଂଶାବଳୀ 3 : 20 (ORV)
ଆଉ ହଶୂବା ଓ ଓହେଲ୍ ଓ ବେରିଖୀୟ ଓ ହସଦୀୟ ଓ ଯୁଶବ-ହେଷଦ୍, ଏହି ପାଞ୍ଚ ଜଣ ।
ପ୍ରଥମ ବଂଶାବଳୀ 3 : 21 (ORV)
ଆଉ ହନାନୀୟର ସନ୍ତାନ ପ୍ଲଟୀୟ ଓ ଯିଶାୟାହ; ରଫାୟର ପୁତ୍ରଗଣ, ଅର୍ଣ୍ଣନର ପୁତ୍ରଗଣ, ଓବଦୀୟର ପୁତ୍ରଗଣ, ଶଖନୀୟର ପୁତ୍ରଗଣ ।
ପ୍ରଥମ ବଂଶାବଳୀ 3 : 22 (ORV)
ଶଖନୀୟର ପୁତ୍ରଗଣ; ଶମୟୀୟ; ଶମୟୀୟର ପୁତ୍ରଗଣ; ହଟୂଶ, ଯିଗାଲ ଓ ବାରୀହ ଓ ନିୟରୀୟ ଓ ଶାଫଟ୍, ଛଅ ଜଣ ।
ପ୍ରଥମ ବଂଶାବଳୀ 3 : 23 (ORV)
ନିୟରୀୟର ସନ୍ତାନ ଇଲୀୟୋ-ଐନୟ ଓ ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ ।
ପ୍ରଥମ ବଂଶାବଳୀ 3 : 24 (ORV)
ପୁଣି ଇଲୀୟୋ-ଐନୟର ପୁତ୍ର ହୋଦବୀୟ ଓ ଇଲୀୟାଶୀବ ଓ ପ୍ଲାୟ ଓ ଅକ୍କବ ଓ ଯୋହାନନ୍ ଓ ଦଳାୟ ଓ ଅନାନି, ଏହି ସାତ ଜଣ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24

BG:

Opacity:

Color:


Size:


Font: